ପ୍ରେମର ଅଭିବ୍ୟକ୍ତି- ୧

ପ୍ରେମର ଅଭିବ୍ୟକ୍ତି- ୧

ପ୍ରେମର ଅଭିବ୍ୟକ୍ତି-୧
  • ଆପଣ ଜଣକୁ କାହିଁକି ଭଲ ପାଆନ୍ତି ?
    • ସେ ଲୋକଟି ନିକଟରେ ଥିବା କିଛି ଉତ୍ତମ ଗୁଣ ଯୋଗୁଁ ନା ଲୋକଟି ପ୍ରତି ଆପଣାର ଭାବ ବା ଅନ୍ତରଙ୍ଗତା ଯୋଗୁଁ ?
  • ଜଣକ ପ୍ରତି ଆପଣଙ୍କ କିଞ୍ଚିତ୍ ବି ଆପଣାର ଭାବ ନ ଥାଇ ମଧ୍ୟ, ଆପଣ ତାଙ୍କର କୌଣସି ବିଶେଷ ପ୍ରତିଭା ପାଇଁ ଯଦି ତାଙ୍କୁ ଭଲ ପାଉଥାନ୍ତି ତେବେ ଏ ପ୍ରକାର ଭଲପାଇବା ପ୍ରତିଯୋଗିତା ମନୋଭାବ ଏବଂ ଈର୍ଷାକୁ ଜନ୍ମ ଦେଇଥାଏ|
    • କିନ୍ତୁ କେବଳ ଆପଣାର ଭାବ ଯୋଗୁଁ ଯେଉଁ ଭଲପାଇବା ହୁଏ ଈର୍ଷା ପରି ଦୁଃସମ୍ଭାବନା ନ ଥାଏ |
  • ଯଦି ଆପଣ କୈଣସି ଲୋକକୁ ତା’ର କୌଣସି ବିଶେଷ ପ୍ରତିଭା ବା ସଦଗୁଣ ଯୋଗୁଁ ଭଲପାଉଥାଆନ୍ତି , ତେବେ ଦୁଇଟି ଘଟଣା ଘଟିଥାଏ |
    • ଯଦି ଲୋକଟି ସମୟକ୍ରମେ ତା’ର ପ୍ରତିଭା ବା ବିଶେଷଗୁଣ ହରାଇବସେ , ଆପଣଙ୍କ ତା’ ପ୍ରତି ଥିବା ଭଲପାଇବା ମଧ୍ୟ ଊଣା ହୋଇଯାଏ |
    • ଦ୍ୱିତୀୟରେ ଲୋକଟିର ବିଶେଷଗୁଣର ସମ୍ପର୍କରେ ଆପଣ ଅଧିକ ଆସିବା ପରେ ସେ ଲୋକଟି ଆପଣଙ୍କ ପାଖରେ ଆଉ ବିଶେଷ ମୂଲ୍ୟବାନ ହୋଇ ରହେନାହିଁ |
  • କିନ୍ତୁ କେବଳ ଆପଣାର ଭାବ ଯୋଗୁଁ ଯେଉଁ ଭଲପାଇବା ଆସିଥାଏ , ତା’ର ପୁରା ପୁରି ନିଆରା |
    • ଯଦି କୌଣସି ଲୋକ ପ୍ରତି ଥିବା ଆପଣାର ଭାବ ଯୋଗୁଁ ତାଙ୍କ ପ୍ରତି ଥିବା ଭଲପାଇବା ପ୍ରଗାଢ ; ତେବେ ଏପରି ଭଲପାଇବା ଜନ୍ମ ଜନ୍ମ ପର୍ଯ୍ୟନ୍ତ ବଞ୍ଚିରହେ |
  • ଲୋକଙ୍କୁ କହିବାର ଶୁଣିଥିବେ ” ମୁଁ ଇଶ୍ୱରଙ୍କୁ ଭଲପାଏ, କାରଣ ସେ ମହାନ୍ “
  • ସେଇ ଲୋକମାନଙ୍କୁ ପ୍ରଶ୍ନ ଯଦି ଆପଣ ଜାଣିପାରିଥାନ୍ତେ କି ଈଶ୍ୱର ଆମ ଭଳି ମାମୁଲି, ସେ କ୍ଷେତ୍ରରେ ଆପଣ କ’ଣ କରିବେ ?
    • ସେତେବେଳେ ଈଶ୍ୱରଙ୍କ ପ୍ରତି ଆପଣଙ୍କ ଥିବା ପ୍ରେମ, ଭଲପାଇବା ସବୁ ଭୁଷୁଡି ପଡିବ |
    • ଈଶ୍ୱର ସର୍ଜନାକାରୀ ବା ବିନାଶକାରୀ ହୁଅନ୍ତୁ ନା କାହିଁକି ତାଙ୍କୁ ଯଦି ଆପଣ କୌଣସି ସର୍ତ ନ ରଖି କେବଳ ନିଜର ଆପଣାର ବୋଲି ଭାବି ଭଲ ପାଇ ପାରୁଛନ୍ତି, ତେବେ ଆପଣଙ୍କ ଭଲପାଇବା ତାଙ୍କ ପ୍ରତି ସଦାସର୍ବଦା ଅବିଚଳିତ ରହିବ |

ଆପଣାର ଭାବ ଯୋଗୁଁ ଯେଉଁ ଭଲପାଇବା ହୁଏ , ତାହା ନିଜର ନିଜ ପ୍ରତି ଥିବା ଭଲପାଇବା ଭଳି |ଶାଶ୍ୱତ ଭଲପାଇବା |

Leave a Reply

Your email address will not be published. Required fields are marked *