Thoughts of the day :
Great minds think alike, simple minds can’t think of anything different..
A good mate is the roadmap for the spaghetti junction of life..
There is an uphill for every downhill, and a downhill for every uphill..So don’t be panic in bad time, every situation is changing and changing with time..
9th August in History :
ନାଗାସାକିରେ ପରମାଣୁ ।ବୋମା ମାଡ :
- ୧୯୪୫ ମସିହା ଅଗଷ୍ଟ ମାସ ୯ ତାରିଖରେ ଆମେରିକା ଜାପାନ୍ ର ନାଗାସାକିରେ ପରମାଣୁ ବୋମା ପକାଇଥିଲା ।
- ପରମାଣୁ ବୋମାର ନାମ ଥିଲା ” ଫ୍ୟାଟ୍ ମ୍ୟାନ୍”
- ଏହାର ପରିଣାମ ସ୍ୱରୂପ ପାଖାପାଖି ୮0,000 ଲୋକଙ୍କର ପ୍ରାଣହାନୀ ହୋଇଥିଲା ।
- ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ସହରରେ ” ଲିଟିଲ୍ ବୟ୍ ” ନାମକ ପରମାଣୁ ବୋମା ପକେଇଥିଲା ଆମେରିକା ।
- “ଫ୍ୟାଟ୍ ମ୍ୟାନ୍ ” ବୋମା ” ଲିଟିଲ୍ ବୟ୍ ” ବୋମା ଠାରୁ ଅଧିକ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ପାହାଡିଆ ଅଞ୍ଚଳରେ ପଡିଥିବା ଯୋଗୁଁ ଏହାର ପ୍ରଭାବ ହ୍ରାସ ପାଇଥିଲା ।
- ଏହି ଭୟଙ୍କର ବିନାଶ ଦେଖି ଜାପାନ୍ ଶେଷରେ ମୁଣ୍ଡ ନୁଆଁଇ ଥିଲା ।
- ଶେଷରେ ଅଗଷ୍ଟ ୧୫ ତାରିଖରେ ଜାପାନ୍ ସମ୍ରାଟ ହିରୋହିତୋ ଜାପାନର ସର୍ତହୀନ ଆତ୍ମସମର୍ପଣ କରିବାରୁ ଦ୍ବିତୀୟ ବିଶ୍ୱଯୁଦ୍ଧର ଅବସାନ ଘଟିଥିଲା ।।
Ram Temple Ayodhya: ଅଯୋଦ୍ଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ ।
- ଆଜି ଅଗଷ୍ଟ ୫ ତାରିଖ, ବୁଧବାର ଅଯୋଦ୍ଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ପାଇଁ ଭୂମି ପୂଜନ ହେବ। ବୈଦିକ ରୀତିରେ ପୂଜାପାଠ ୨୧ ଜଣ ପୁରୋହିତଙ୍କ ଦ୍ଵାରା ଜାରି ରହିଛି।
- ପ୍ରଥମେ ସୋମବାର ଦିନ ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା ସହ ପୂଜାରମ୍ଭ ହୋଇଥିଲା। ପରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ହନୁମାନଗଦି ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି ।
- ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨:୪:୦୮ ରୁ ୧୨: ୪: ୪୦ ସେକେଣ୍ଡ ମଦ୍ଧ୍ୟରେ ଉପସ୍ଥିତ ରହିବେ ।
- ନିମନ୍ତ୍ରିତ ୧୭୫ ଜଣ ଅତିଥିଙ୍କ ମଦ୍ଧ୍ୟରେ ୧୩୫ ଜଣ ସାଧୁସନ୍ଥ ରହିଛନ୍ତି।
ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟ ପକ୍ଷରୁ ନିର୍ମାଣ ହେବାକୁ ଥିବା ବିଶାଳ ଓ ଭବ୍ୟ ମନ୍ଦିରର ପ୍ରସ୍ତ୍ତାବିିିତ ମଡେଲ –
- ବାସ୍ତୁବିତ ନିଖିଳ ସୋମପୁରା ପ୍ରସ୍ତୁତ କରିଛନ୍ତି।
୨୫୭୮ ସ୍ଥାନରୁ ଆସିଛି
- ୨,୫୭୮ ଐତିହାସିକ ମହତ୍ତ୍ଵ ରଖୁଥିବା ସ୍ଥାନରୁ ଆସିଛି ମାଟି ।
- ଆମ୍ବେଦକର ,କବୀରଙ୍କ ସମାଧି ଓ ଦେଓରହା ବାବାଙ୍କ ଧ୍ୟାନ ସ୍ଥଳ ସମେତ ୨୦୦୦ ରୁ ଅଧିକ ଐତିହାସିକ ସ୍ଥାନରୁ ମାଟି ସଂଗ୍ରହ ହୋଇଛି ବୋଲି ବିଶ୍ବ ହିନ୍ଦୁ ପରିଷଦ କହିଛି ।
୧୦ ଏକର ଜମିରେ ନିର୍ମାଣ–
୫୭ ଏକରରେ ସୁନ୍ଦରୀକରଣ-
Translation English to Odia :
Be verbs:
Structure:
I am – ମୁଁ ଅଟେ।
We are – ଆମ୍ଭେମାନେ ଅଟୁ।
You are – ତୁମେ ଵା ତୁମ୍ଭେମାନେ ଅଟ।
He is -ସେ ଅଟେ (ପୁରୁଷ)।
She is -ସେ ଅଟେ (ମହିଳା) ।
It is – ଏହା ଅଟେ ।
This is – ଏହା ଅଟେ ।
That is – ତାହା ଅଟେ ।
They are – ସେମାନେ ଅଟନ୍ତି ।
These are – ଏହାସବୁ ଅଟେ ବା ଏଗୁଡିକ ଅଟେ।
Those are – ତାହାସବୁ ଅଟେ ବା ସେଗୁଡିକ ଅଟେ।
- Example:
- I am a boy. –
- We are boys.
- You are a girl.
- You are girls.
- He is a man.
- His name is Jadu.
- She is a woman.
- Her name is Gita.
- It is a pen.
- It is my pen.
- This is my hand.
- This is my leg.
- This is my nose.
- This is my bag.
- That is your bag.
- This is my book.
- That is your book.
- They are students.
- Their names are Rama, Hari and Gopal.
- These are fruits.
- Those are flowers.
- These fruits are ripe.
- These books are old.
- Those books are new.
Affection-ଶ୍ରଦ୍ଧା :

ଈଶ୍ୱର ହିଁ ଆମର ଏକମାତ୍ର ରକ୍ଷାକର୍ତ୍ତା । ଆମର ଯାହା ବି କିଛି ଆବଶ୍ୟକ , ତାହା ଆମକୁ ଯଥା ସମୟରେ ନିଶ୍ଚିତ ଭାବେ ମିଳିବ। ଏହା ଅନୁଭବକରି ପାରିବା ହିଁ ପ୍ରକୃତ ଶ୍ରଦ୍ଧା ଅଟେ।
ଈଶ୍ୱରଙ୍କୁ ଆମ ପାଇଁ କିଛି କରିବା ପାଇଁ ସୁଯୋଗଟିଏ ଦେବା ହିଁ ଶ୍ରଦ୍ଧା ଅଟେ।
ଆମ ଏ ଶରୀର ହେଉଛି ଏ ସଂସାରର ଅଂଶ।କିନ୍ତୁ ଆତ୍ମା ହେଉଚି ଈଶ୍ୱରଙ୍କ ଅଂଶ।
ଭୟ: fear

- ପ୍ରେମକୁ ଓଲଟାଇ ଧରିଲେ ଯାହା ହୁଏ ତାହା ‘ଭୟ’ ଅଟେ।
ଭୟ ଅତୀତର ଛାପଟିଏ , ଯାହା ଭବିଷ୍ୟତ ବିଷୟରେ ବର୍ତମାନ ଅନୁଭୂତ ହେଉଚି।
- ଲୋକେ ଯେତେବେଳେ ଭୟ ପ୍ରତି ଵୈମାତୃକ ଭାବ ପୋଷଣ କରନ୍ତି ସେତେବେଳେ ସେମାନେ ଅହଂ ଗ୍ରସ୍ତ ହୋଇ ପଡନ୍ତି।
- ଆଉ ଯେତେବେଳେ ଭୟକୁ ଚିହ୍ନି ପାରନ୍ତି, ସେତେବେଳେ ସେମାନେ ଏହାର ଉର୍ଧ୍ୱକୁ ଉଠିଯାଆନ୍ତି।
ସର୍ବାଧିକ ଶୃଙ୍ଖଳିତ ଏବଂ ସର୍ବାଧିକ ବିଶୃଙ୍ଖଳା ଜୀବନ ଏହି ଦୁଇଟି ପରିସ୍ଥିତିରେ ହିଁ ସମ୍ପୂର୍ଣ୍ଣ ନିର୍ଭୟତା ଆସିଥାଏ ।
ଜଣେ ସାଧୁ ଏବଂ ଗୋଟିଏ ମୂର୍ଖ ଲୋକ ପୂର୍ଣ ନିର୍ଭୟ ଅଟନ୍ତି।
- କିନ୍ତୁ ଏଇ ଦୁଇଟି ମଧ୍ୟରେ ଯେଉଁ ବ୍ୟବଧାନ , ସେହି ବ୍ୟଵଧ।ନ ଅନ୍ତର୍ଗତ ପ୍ରତ୍ୟେକଟି ମଣିଷ କିଛିନା କିଛି ଭୟରେ ପୀଡିତ।
ସଂସାରରେ ଶୃଙ୍ଖଳା ଆଣିବା ପାଇଁ ଏବଂ ସଂସାରକୁ ସୁବ୍ୟବସ୍ଥିତ କରିବା ଲାଗି “ଭୟ” ଆଵଶ୍ୟକ।
- ରୋଗ ପ୍ରତି ଭୟ ସ୍ୱାସ୍ଥ୍ୟରକ୍ଷା ଦିଗରେ ଜାଗ୍ରତ କରାଏ।
- ଭୁଲ୍ ପ୍ରତି ଭୟ ଠିକ୍ କୁ ବଜାୟ ରଖିଥାଏ।
ପ୍ରାଜ୍ଞ :

ପରିବର୍ତନ ମଧ୍ୟରେ ଅପରିବର୍ତନୀୟକୁ ଅନୁଭବ କରି ପାରୁଥିବା ଵିରଳ ମଣିଷମାନେ ସର୍ବଶ୍ରେଷ୍ଠ ପ୍ରାଜ୍ଞ ଅଟନ୍ତି।
ଅର୍ଥାତ ସତ୍ୟକୁ ଅନୁଭବ କରିପାରୁଥିବା ବିରଳ ମଣିଷମାନେ ସର୍ବଶ୍ରେଷ୍ଠ ପ୍ରାଜ୍ଞ ଅଟନ୍ତି।

ସତ୍ୟ : ଯାହାର ପରିଵର୍ତନ ନାହିଁ ତାହା ହିଁ କେବଳ ସତ୍ୟ।
ଯାହାର ପରିଵର୍ତନ ନାହିଁ ତାହା ହିଁ ସତ୍ୟ ଅର୍ଥାତ ଯାହା କେଵେ ପରିବର୍ତନ ହୋଇନାହିଁ ତାହା ହିଁ ସତ୍ୟ।
ବାକି ସବୁ ଅସତ୍ୟ।